ଆମର ଅସାବଧାନତା ହେତୁ କିମ୍ବା ଯାତ୍ରା ସମୟରେ ଅନେକ ସମୟରେ ପ୍ୟାନ୍ କାର୍ଡ (PAN Card) ହଜିଯାଏ କିମ୍ବା ନଷ୍ଟ ହୋଇଯାଏ। ପ୍ୟାନ୍ କାର୍ଡ ହଜିଗଲେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ଗୋଟିଏ ବ୍ୟକ୍ତିଙ୍କ ପାଇଁ ପ୍ୟାନ୍ ନମ୍ବର ସଦାସର୍ବଦା ସମାନ ରହେ। ଆପଣ ସହଜରେ ଅନଲାଇନ୍ ମାଧ୍ୟମରେ ଡୁପ୍ଲିକେଟ୍ ପ୍ୟାନ୍ କାର୍ଡ ଡାଉନଲୋଡ୍ କିମ୍ବା ରିପ୍ରିଣ୍ଟ (Reprint) କରିପାରିବେ।
ଡୁପ୍ଲିକେଟ୍ PAN Card ପାଇବାର ଉପାୟ:
୧. e-PAN Card PDF ଡାଉନଲୋଡ୍:
-
ଯଦି ଆପଣଙ୍କ ପାଖରେ ପ୍ୟାନ୍ ନମ୍ବର ମନେ ଅଛି, ତେବେ NSDL କିମ୍ବା UTIITSL ର ‘Download e-PAN’ ପୋର୍ଟାଲକୁ ଯାଆନ୍ତୁ।
-
ନିଜର PAN ନମ୍ବର, ଆଧାର ନମ୍ବର ଏବଂ ଜନ୍ମ ତାରିଖ (ମାସ ଓ ବର୍ଷ) ପ୍ରବେଶ କରନ୍ତୁ।
-
ପଞ୍ଜୀକୃତ ମୋବାଇଲ ନମ୍ବରକୁ ଆସିଥିବା OTP ଦେଇ ଭେରିଫାଏ କରନ୍ତୁ।
-
ମାତ୍ର ₹୮.୨୬ ସରକାରୀ ଦେୟ ପ୍ରଦାନ କରି ପାସୱାର୍ଡ ପ୍ରୋଟେକ୍ଟେଡ୍ e-PAN PDF ଡାଉନଲୋଡ୍ କରନ୍ତୁ। (ଫାଇଲ୍ ଖୋଲିବା ପାଇଁ ପାସୱାର୍ଡ ହେଉଛି ଆପଣଙ୍କ ଜନ୍ମ ତାରିଖ DDMMYYYY)।
୨. ଘରକୁ ଡୁପ୍ଲିକେଟ୍ PVC PAN Card ମଗାଇବା:
-
NSDL ପୋର୍ଟାଲ୍ରେ ‘Reprint of PAN Card’ ସେବା ବାଛନ୍ତୁ।
-
ନିଜର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଆଧାର ସହିତ OTP ଭେରିଫିକେସନ୍ କରନ୍ତୁ।
-
₹୫୦ ଟଙ୍କାର ଫି’ ଅନଲାଇନ୍ ପେମେଣ୍ଟ କରନ୍ତୁ।
-
ଆବେଦନର ୭ ରୁ ୧୦ ଦିନ ମଧ୍ୟରେ ସ୍ପିଡ୍ ପୋଷ୍ଟ ଜରିଆରେ ନୂଆ ପ୍ଲାଷ୍ଟିକ୍ PAN କାର୍ଡ ଆପଣଙ୍କ ପୁରୁଣା ଠିକଣାରେ ପହଞ୍ଚିଯିବ।









