Home / ଖବର / ବନ୍ୟା ପ୍ରଭାବିତ ଅଂଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ହଜାର କୋଟିର ପ୍ୟାକେଜ୍ ଘୋଷଣା

ବନ୍ୟା ପ୍ରଭାବିତ ଅଂଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ହଜାର କୋଟିର ପ୍ୟାକେଜ୍ ଘୋଷଣା

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଭଦ୍ରକ ଓ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବନ୍ୟା କ୍ଷୟକ୍ଷତି ପାଇଁ ଆର୍ଥିକ ସହାୟତା ସହ ରିଲିଫ ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି, ରିଲିଫ କୋଡ ଅନୁସାରେ ଚାଷୀମାନଙ୍କୁ କ୍ଷତିପୂରଣ ଓ ସବସିଡି ପ୍ରଦାନ କରାଯିବ । ଜିଲ୍ଲାପାଳମାନଙ୍କୁ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ସୂତ୍ରୀ ଫର୍ମୁଲାରେ ୧ ହଜାର କୋଟିର ପ୍ୟାକେଜ୍ ବଣ୍ଟନ କରାଯିବ । ପୂର୍ଣ୍ଣାଙ୍ଗ କ୍ଷତି ରିପୋର୍ଟ ଆସିବା ପରେ ସରକାର ଅଧିକ ପାଣ୍ଠି ବରାଦ କରିବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

 

ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ଷତିଗ୍ରସ୍ତ ଚାଷୀଙ୍କୁ ମିନି କିଟ ପ୍ରଦାନ କରାଯିବ । ପ୍ରାଣୀ ସମ୍ପଦ କ୍ଷତିର ଭରଣା ପାଇଁ ଆର୍ଥିକ ସହାୟତା ଦିଆଯିବ । ବନ୍ୟା ପ୍ରଭାବିତ ଅଞ୍ଚକରେ ସ୍ଥିତି ସ୍ୱାଭାବିକ ହେଲା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । ୩୩% ଫସଲ ହାନି ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ । ଜଳସେଚିତ ଜମି ହେକ୍ଟର ପିଛା ୧୭ ହଜାର ଏବଂ ଅଣଜଳସେଚିତ ଜମି ପାଇଁ ୮,୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ । ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା କ୍ଷତିପୂରଣ ମିଳିବ । ବନ୍ୟା ପରବର୍ତ୍ତୀ ରୋଗପୋକ ପାଇଁ ମଧ୍ୟ ୭୫% ସବସିଡି ମିଳିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ଇନପୁଟ ସବସିଡି ଯୋଗାଇ ଦେବେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷତିର ଭରଣା କରିବାକୁ ସହାୟତା ମିଳିବ । ୧୩୬ କୋଟିର ପ୍ରାଥମିକ ସହାୟତା ଯୋଗାଇ ଦେଇଛନ୍ତି ସରକାର । ଗୋଧନ, ଡଙ୍ଗା, ଜାଲ, ଗୃହପାଳିତ ପ୍ରାଣୀ ସମ୍ପଦ କ୍ଷତି ପାଇଁ ସରକାର ସହାୟତା ଦେବେ ।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ରାଜ୍ୟରେ ୬ ଜିଲ୍ଲାରେ ୭୪ ବ୍ଲକରେ ବନ୍ୟା ସ୍ଥିତି ଲାଗି ରହିଛି । ଲଗାଣ ବର୍ଷାରୁ ବନ୍ୟା ପରିସ୍ଥିତି ଲାଗିରହିଛି । ସରକାରଙ୍କ ପ୍ରସ୍ତୁତିରୁ କାହାର ମୃତ୍ୟୁ ହୋଇନାହିଁ । ବନ୍ୟା ପୀଡ଼ିତଙ୍କ ପଛରେ ସରକାର ଅଛନ୍ତି । କେହି ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *

🏡 BBSR PROPERTY INVESTMENT

ଭୁବନେଶ୍ୱର ପ୍ରାଇମ୍ ଲୋକେସନରେ ପ୍ରିମିୟମ୍ ଆବାସିକ ପ୍ଲଟ୍

ସମ୍ (SUM) ହସ୍ପିଟାଲଠାରୁ ୫ କିମି ଏବଂ କିମ୍ସ (KIMS) ଠାରୁ ୬ କିମି ମଧ୍ୟରେ ସମ୍ପୂର୍ଣ୍ଣ ଭେରିଫାଏଡ୍ ଜମି। ବିଦ୍ୟୁତ, ଜଳ ଯୋଗାଣ ଓ ପ୍ରଶସ୍ତ ରାସ୍ତାର ସୁବିଧା ସମ୍ପନ୍ନ।

💬 PRICE ପାଇଁ WHATSAPP କରନ୍ତୁ

📋 INSTANT ENQUIRY FORM

Editorial Policy | Privacy Policy | Terms & Conditions | Financial Disclaimer