Home / ଖବର / ମନୋରଂଜନ / Veerana Actress Jasmine Dhunna:ଭୂତୁଣୀ’ ସାଜି ରାତିରାତି ପାଇଲେ ପ୍ରସିଦ୍ଧି, ପୁଣି ହଠାତ୍ ହୋଇଗଲେ ଗାୟବ; ଜାଣନ୍ତୁ ଏବେ କେଉଁଠି ଅଛନ୍ତି ଜାସମିନ୍?

Veerana Actress Jasmine Dhunna:ଭୂତୁଣୀ’ ସାଜି ରାତିରାତି ପାଇଲେ ପ୍ରସିଦ୍ଧି, ପୁଣି ହଠାତ୍ ହୋଇଗଲେ ଗାୟବ; ଜାଣନ୍ତୁ ଏବେ କେଉଁଠି ଅଛନ୍ତି ଜାସମିନ୍?

୮୦-୯୦ ଦଶକର ହରର୍ ଫିଲ୍ମ ‘ବିରାନା’ ନିଜ ସମୟରେ ଲୋକଙ୍କ ମନରେ ଛାତିଛଟା ଭୟ ସୃଷ୍ଟି କରିଥିଲା। ଏହି ଫିଲ୍ମରେ ଜାସମିନ୍ ଧୁନ୍ନା ‘ଭୂତୁଣୀ’ ଚରିତ୍ରରେ ଅଭିନୟ କରିଥିଲେ।

ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ପ୍ରଥମ ଫିଲ୍ମରୁ ହିଁ ରାତିରାତି ପ୍ରସିଦ୍ଧି ହାସଲ କରିଛନ୍ତି। ହେଲେ କିଛି ଏପରି କଳାକାର ମଧ୍ୟ ଇଣ୍ଡଷ୍ଟ୍ରିରେ ଅଛନ୍ତି, ଯେଉଁମାନେ ସଫଳତା ପାଇବା ପରେ କେଉଁଆଡ଼େ ଗାୟବ ହୋଇଯାଇଛନ୍ତି। ଯେଉଁମାନେ ସିନେମା ଜଗତରୁ ସମ୍ପୂର୍ଣ୍ଣ ଉଭାନ ହୋଇଗଲେ। ସେହି କଳାକାରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ଜାସମିନ୍। ଯଦିଓ ତାଙ୍କୁ ନିଜ ନାଁ ଅପେକ୍ଷା ‘ବିରାନା’ର ଭୂତୁଣୀ ନାଁରେ ଅଧିକ ଲୋକ ଚିହ୍ନନ୍ତି।

ଭାରତର ସବୁଠାରୁ ସେକ୍ସି ଭୂତୁଣୀ

‘ବିରାନା’ ଗୋଟିଏ ହରର୍ ଥିଲା, ଯାହା ୮୦-୯୦ ଦଶକ ମଧ୍ୟରେ ତିଆରି ହୋଇଥିଲା। ଏହି ଫିଲ୍ମଟି ନିଜ ସମୟର ସୁପରହିଟ୍ ଫିଲ୍ମ ଥିଲା। ଏହାକୁ ଦେଖିବା ପରେ ଲୋକଙ୍କ ମନରେ ପ୍ରବଳ ଭୟ ସୃଷ୍ଟି ହେଉଥିଲା। ପରିସ୍ଥିତି ଏପରି ଥିଲା ଯେ, ଲୋକମାନେ ‘ବିରାନା’ ନାଁ ଶୁଣିଲେ ହିଁ ଡରିଯାଉଥିଲେ। ଯିଏ ‘ବିରାନା’ ଦେଖିଛି, ତାଙ୍କର ଏହି ଫିଲ୍ମର ଭୂତୁଣୀ କଥା ନିଶ୍ଚୟ ମନେଥିବ। ଭୂତୁଣୀ ଚରିତ୍ରକୁ ଅଭିନେତ୍ରୀ ଜାସମିନ୍ ନିଭାଇଥିଲେ। ଫିଲ୍ମରେ ଦେଖାଯାଇଛି ଯେ, ମାଟି ତଳେ ପୋତାଯାଇଥିବା ଏକ ଶବ ଆତ୍ମା ପାଲଟି ସମସ୍ତଙ୍କୁ ଡରାଉଛି।

ଜାସମିନ୍ ଧୁନ୍ନା ଯଦିଓ ଜଣେ ଡାଆଣୀ/ଭୂତୁଣୀ ଚରିତ୍ରରେ ଅଭିନୟ କରିଥିଲେ, ହେଲେ ସେ ଏତେ ସୁନ୍ଦରୀ ଥିଲେ ଯେ ଲୋକମାନେ ଡରି ଡରି ମଧ୍ୟ ପୂରା ଫିଲ୍ମ ଦେଖୁଥିଲେ। ଏହି ଫିଲ୍ମରୁ ଜାସମିନ୍‌ଙ୍କୁ ପ୍ରଚୁର ଲୋକପ୍ରିୟତା ମିଳିଥିଲା। ତାଙ୍କ ଅଭିନୟ ସହ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ହୋଇଥିଲା। ହେଲେ ଏହି ଫିଲ୍ମଟି ତାଙ୍କ କ୍ୟାରିୟରର ଶେଷ ଫିଲ୍ମ ହୋଇ ରହିଗଲା। ପ୍ରସିଦ୍ଧି ଏବଂ ସଫଳତା ପାଇବା ପରେ ମଧ୍ୟ ଜାସମିନ୍ ବଡ଼ ପରଦାକୁ ଅଲବିଦା କହିଦେଲେ।

ମାଫିଆ ଡରରେ ଗାୟବ

ଜାସମିନ୍‌ଙ୍କର ଏପରି ହଠାତ୍ ଗାୟବ ହୋଇଯିବା ସମସ୍ତଙ୍କ ବୁଝାପଡ଼ା ବାହାରେ ଥିଲା। ସେ କେଉଁଆଡ଼େ ଗଲେ, କାହା ସହ ଗଲେ, ସେ ନେଇ କୌଣସି ସୂଚନା ମିଳିନଥିଲା। କୁହାଯାଏ ଯେ ତାଙ୍କ ସୌନ୍ଦର୍ଯ୍ୟ ଉପରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ର ନଜର ପଡ଼ିଥିଲା। ଅଭିନେତ୍ରୀ ପୋଲିସ ନିକଟରେ ସାହାଯ୍ୟ ପାଇଁ ଗୁହାରି ମଧ୍ୟ କରିଥିଲେ। ହେଲେ କେହି ତାଙ୍କୁ କୌଣସି ସାହାଯ୍ୟ କରିନଥିଲେ। ଯାହା ଫଳରେ ସେ ଭାରତ ଛାଡ଼ି ସଦାସର୍ବଦା ପାଇଁ ଆମେରିକା ଚାଲିଗଲେ। ହେଲେ ଏହି ଖବରରେ କେତେ ସତ୍ୟତା ଅଛି, ସେ କଥା କେହି ଜାଣନ୍ତି ନାହିଁ।

Tagged:

Leave a Reply

Your email address will not be published. Required fields are marked *

🏡 BBSR PROPERTY INVESTMENT

ଭୁବନେଶ୍ୱର ପ୍ରାଇମ୍ ଲୋକେସନରେ ପ୍ରିମିୟମ୍ ଆବାସିକ ପ୍ଲଟ୍

ସମ୍ (SUM) ହସ୍ପିଟାଲଠାରୁ ୫ କିମି ଏବଂ କିମ୍ସ (KIMS) ଠାରୁ ୬ କିମି ମଧ୍ୟରେ ସମ୍ପୂର୍ଣ୍ଣ ଭେରିଫାଏଡ୍ ଜମି। ବିଦ୍ୟୁତ, ଜଳ ଯୋଗାଣ ଓ ପ୍ରଶସ୍ତ ରାସ୍ତାର ସୁବିଧା ସମ୍ପନ୍ନ।

💬 PRICE ପାଇଁ WHATSAPP କରନ୍ତୁ

📋 INSTANT ENQUIRY FORM

Editorial Policy | Privacy Policy | Terms & Conditions | Financial Disclaimer