Home / Top Story / Who is a Sociopath? Key Behavioral Traits, Manipulation Tactics, and Warning Signs: ସୋସିଓପାଥ୍‌ କିଏ? ଚିହ୍ନନ୍ତୁ ଏହି ବିପଜ୍ଜନକ ବ୍ୟକ୍ତିତ୍ୱଙ୍କୁ ଓ ଜାଣନ୍ତୁ ସେମାନଙ୍କର ଅସଲ ଚେହେରା

Who is a Sociopath? Key Behavioral Traits, Manipulation Tactics, and Warning Signs: ସୋସିଓପାଥ୍‌ କିଏ? ଚିହ୍ନନ୍ତୁ ଏହି ବିପଜ୍ଜନକ ବ୍ୟକ୍ତିତ୍ୱଙ୍କୁ ଓ ଜାଣନ୍ତୁ ସେମାନଙ୍କର ଅସଲ ଚେହେରା

ମାନସିକ ବିଜ୍ଞାନ ଓ ବ୍ୟବହାରିକ ମନୋବିଜ୍ଞାନରେ ‘ସୋସିଓପାଥ୍’ (Sociopath) ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ପ୍ରକାରର ମାନସିକ ଓ ବ୍ୟବହାରିକ ବିକାରକୁ ଦର୍ଶାଇଥାଏ। ସରଳ ଭାଷାରେ କହିବାକୁ ଗଲେ, ସୋସିଓପାଥ୍‌ ହେଉଛନ୍ତି ଏମିତି ଗୋଟିଏ ଜନ୍ତୁ ଯେଉଁମାନଙ୍କର ଅନ୍ତରଆତ୍ମା ବା ଇଂଲିସରେ କନସାଇନ୍ସ (Conscience) ନଥାଏ। ଆମ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବାହାରକୁ ବହୁତ ସାଧାରଣ ଓ ଆକର୍ଷଣୀୟ ଦେଖାଯାନ୍ତି, କିନ୍ତୁ ସେମାନଙ୍କ ଆଚରଣ ଓ ମାନସିକତା ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ।

୧. ମିଛ, ମାନିପ୍ୟୁଲେସନ୍‌ ଓ ନିଜର ସ୍ୱାର୍ଥ

ଜଣେ ସୋସିଓପାଥ୍ ସବୁବେଳେ ମିଛ କୁହେ ଓ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ ବ୍ୟବହାର କରିଥାଏ ବା ମାନିପ୍ୟୁଲେଟ୍‌ କରିଥାଏ। ସେମାନେ ନିଜର ଆବଶ୍ୟକତା ଓ ଲାଭ ପୂରଣ କରିବା ପାଇଁ ଯେକୌଣସି ସୀମାକୁ ଯାଇପାରନ୍ତି। ସେମାନେ ଜାଣନ୍ତି ଯେ, ସେମାନେ କଣ କରନ୍ତି କିନ୍ତୁ ସେମାନଙ୍କୁ କିଛି ମଧ୍ୟ ଫରକ ପଡେନା, କାରଣ ଜଣେ ସୋସିଓପାଥ୍ ଭଲ ଓ ଖରାପ ମଧ୍ୟରେ ପାର୍ଥକ୍ୟ ଦେଖେନା। ତା’ପାଇଁ କେବଳ ନିଜ ସ୍ୱାର୍ଥ ବଡ଼। ସେମାନେ ଯାହା ଚାହାନ୍ତି ତାହା କରେଇବା ପାଇଁ ଅନ୍ୟଜଣକର ବ୍ରେନ୍ ୱାସ କରନ୍ତି, ଆଉ କେବଳ ସେଇ ସମୟରେ ଜଣେ ସୋସିଓପାଥ୍ ପ୍ରକୃତ ଅର୍ଥରେ ଖୁସୀ ହୋଇଥାଏ।

୨. ଭଲପାଇବାର ନାଟକ ଓ ମୁଖା ପିନ୍ଧା ବ୍ୟକ୍ତିତ୍ୱ

ସୋସିଓପାଥ୍ ତାର ଏହି ଚରିତ୍ରକୁ ବହୁଦିନ ଧରି ତାକୁ ବିଶ୍ୱାସ କରୁଥିବା ବ୍ୟକ୍ତିଠାରୁ ଲୁଚାଇ ରଖିପାରେ। ସେ ପ୍ରଥମେ ପ୍ରଥମେ ବହୁତ ଭଦ୍ର, ଭଲ ଓ ଆକର୍ଷକ ହୋଇଥାଏ। ଲୋକମାନେ ତାଙ୍କ ଆଡ଼କୁ ସହଜରେ ଆକୃଷ୍ଟ ହୋଇଯାନ୍ତି। କିନ୍ତୁ ମନେ ରଖନ୍ତୁ, ଏସବୁ ସମ୍ପୂର୍ଣ୍ଣ ନକଲି।

ଏହି ଭଲ ଦେଖାଇ ହେବାର ଅଭିନୟ ସେ ପର୍ଯ୍ୟନ୍ତ ଜାରି ରୁହେ ଯେଉଁପର୍ଯ୍ୟନ୍ତି ଗୋଟିଏ ସମସ୍ୟା ଆସିନଥାଏ। ଯଦିଓ ସମସ୍ୟାର ମୂଳରେ ସେ ନିଜେ ଥାଏ, ତଥାପି ସେ ଏଭଳି ଅଭିନୟ କରେ ଯେ, ତୁମେ ଭାବିବ ଭୁଲ ତୁମର ଥିଲା; ଯଦିଓ ବାସ୍ତବରେ ଭୁଲ ତୁମର ନୁହେଁ, ତା’ର ହୋଇଥାଏ।

୩. “ମାଇ ୱେ କିମ୍ବା ହାଇୱେ” ମାନସିକତା

ଜଣେ ସୋସିଓପାଥ୍ ସବୁବେଳେ “ମାଇ ୱେ କିମ୍ବା ହାଇୱେ” (My way or the highway) ନୀତିରେ ବିଶ୍ୱାସ କରିଥାଏ। ଅର୍ଥାତ୍‌, ତା’ କଥା ଅନୁସାରେ ସବୁ କିଛି ହେବା ଦରକାର। ତୁମକୁ ସବୁବେଳେ ତା’ର ‘ହାଁ ଜି’ (ଆଜ୍ଞାବହ) ହେବାକୁ ପଡିବ।

ଏହାସହିତ ସେ ସବୁବେଳେ ନିଜକୁ ଜଣେ ପୀଡ଼ିତ ବା ଭିକ୍ଟିମ୍ (Victim) ଭାବରେ ଦେଖାଇବାକୁ ଚେଷ୍ଟା କରେ। ତୁମେ ଓ ବାକି ଦୁନିଆ ସବୁବେଳେ ତାକୁ ଆଘାତ କରିଥାଅ ବୋଲି ସେ ଅଭିଯୋଗ କରେ। ସେ ସବୁବେଳେ ନିଜର ସମସ୍ତ ସମସ୍ୟା ପାଇଁ ସାରା ଦୁନିଆକୁ ଦାୟୀ କରିଥାଏ।

୪. ଅନୁତାପହୀନତା ଓ କ୍ଷମା ମାଗିବାର ଅଭିନୟ

ଜଣେ ସୋସିଓପାଥ୍ କେବେ ମଧ୍ୟ ନିଜ ଦୋଷ ପାଇଁ ପଶ୍ଚତାପ କରେନା। ଯଦି କେବେ ସେ ତୁମକୁ ଭୁଲ ମାଗେ, ତେବେ ସେ କେବେ ମଧ୍ୟ ମନରୁ ଭୁଲ ମାଗିନଥାଏ। ସେ କେବଳ ଭୁଲ ମାଗିବାର ଅଭିନୟ କରିଥାଏ, ଯେପରି ସେ ସେହି ସମୟ ପାଇଁ ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ଆଣିପାରିବ।

୫. ସମ୍ପର୍କ ଓ ବନ୍ଧୁତାର ବାସ୍ତବତା

ସୋସିଓପାଥ୍‌ମାନଙ୍କର ସାମାଜିକ ସମ୍ପର୍କ ଅତ୍ୟନ୍ତ ଦୁର୍ବଳ ହୋଇଥାଏ:

  • ଜଣେ ସୋସିଓପାଥର ଖୁବ୍ କମ ବନ୍ଧୁ ଥାନ୍ତି କିମ୍ବା ବିଲକୁଲ ନଥାନ୍ତି।

  • ଜଣେ ସୋସିଓପାଥ ସହ ବନ୍ଧୁତା କରୁଥିବା ବ୍ୟକ୍ତି ନିଜେ ସୋସିଓପାଥ୍ ହୋଇଥାଏ କିମ୍ବା ତା’ର ନିଜର କୌଣସି ଆତ୍ମସମ୍ମାନ ନଥାଏ।

  • ଜଣେ ସୋସିଓପାଥକୁ ଲୋକ ତାର ଆକର୍ଷକ ବ୍ୟକ୍ତିତ୍ୱ ଓ କରିସ୍ମା ପାଇଁ ଭଲ ପାନ୍ତି, କିନ୍ତୁ ସେ କେବେ ମଧ୍ୟ କାହାରିକି ଭଲ ପାଏନା।

  • ସେ କେବେ ମଧ୍ୟ କୌଣସି ସମ୍ପର୍କ ବାବଦରେ ଚିନ୍ତା କରେନା। ସେ କେବଳ ନିଜ ବାବଦରେ ଭାବେ। ସେ ସବୁବେଳେ ଅନ୍ୟମାନଙ୍କୁ ଦୋଷ ଦିଏ, ଯଦିଓ ସମସ୍ତ ଦୋଷ ତା’ର ନିଜର ହୋଇଥାଏ।

💡 ମୁଖ୍ୟ ଉପଦେଶ:

ଯଦି ଆପଣ ଆପଣଙ୍କ ଜୀବନରେ କୌଣସି ବ୍ୟକ୍ତିଙ୍କ ଭିତରେ ଏହିସବୁ ଲକ୍ଷଣ ଦେଖୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏଭଳି ବ୍ୟକ୍ତିଙ୍କୁ ସୁଧାରିବା ଅସମ୍ଭବ।

ଉପଦେଶ – ଏଭଳି ବ୍ୟକ୍ତିଙ୍କୁ ନମସ୍କାର କରି ଦୌଡି ପଳାଅ। ନିଜର ମାନସିକ ଶାନ୍ତି ଓ ସୁରକ୍ଷା ପାଇଁ ଏଭଳି ଲୋକଙ୍କଠାରୁ ଯେତେ ସମ୍ଭବ ଦୂରେଇ ରହିବା ହିଁ ଶ୍ରେଷ୍ଠ ନିଷ୍ପତ୍ତି।

Tagged:

Leave a Reply

Your email address will not be published. Required fields are marked *

🏡 BBSR PROPERTY INVESTMENT

ଭୁବନେଶ୍ୱର ପ୍ରାଇମ୍ ଲୋକେସନରେ ପ୍ରିମିୟମ୍ ଆବାସିକ ପ୍ଲଟ୍

ସମ୍ (SUM) ହସ୍ପିଟାଲଠାରୁ ୫ କିମି ଏବଂ କିମ୍ସ (KIMS) ଠାରୁ ୬ କିମି ମଧ୍ୟରେ ସମ୍ପୂର୍ଣ୍ଣ ଭେରିଫାଏଡ୍ ଜମି। ବିଦ୍ୟୁତ, ଜଳ ଯୋଗାଣ ଓ ପ୍ରଶସ୍ତ ରାସ୍ତାର ସୁବିଧା ସମ୍ପନ୍ନ।

💬 PRICE ପାଇଁ WHATSAPP କରନ୍ତୁ

📋 INSTANT ENQUIRY FORM

Editorial Policy | Privacy Policy | Terms & Conditions | Financial Disclaimer